Odisha Lift Irrigation Corporation Ltd. Bhubaneswar
A Govt. of Odisha Undertaking

ବିଜୁ କୃଷକ ବିକାଶ ଯୋଜନା (BKVY)

ଓଡିଶା ସରକାର କୃଷି ଓ କୃଷକର ଉନ୍ନତି ପାଇଁ ୨୦୦୧-୦୨ ମସିହା ଠାରୁ ରାଜ୍ୟରେ ବିଜୁ କୃଷକ ବିକାଶ ଯୋଜନା (BKVY) ପ୍ରଣୟନ କରିଛନ୍ତି । ଉକ୍ତ ଯୋଜନା ଅନୁଯାୟୀ, ରାଜ୍ୟରେ ଥିବା ସମସ୍ତ ପ୍ରାକୃତିକ ନଦୀ, ନାଳ ଓ ଝରଣାରୁ ବୋହିଯାଉଥିବା ଜଳ ଓ ଭୂଗର୍ଭରେ ଥିବା ଜଳକୁ ବ୍ୟବହାର କରି ଜଳସେଚନର ସୁବିଧା କରାଯାଉଅଛି । ଉକ୍ତ ଜଳ ଉତ୍ସ ନିକଟରେ ଏକ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ମୋଟର ବସାଯାଇ ଚାଷଜମିକୁ ପାଣି ଯୋଗାଇ ଦିଆଯାଉଛି ।